Download Now Banner

This browser does not support the video element.

ସୁନ୍ଦରଗଡ ସହର: ରାଉରକେଲା ବିର୍ଶାମୁଣ୍ଡା ଏଥେଲେଟିକ ଷ୍ଟାଡିୟମରେ ଦୁଇଦିନ ଧରି ଆୟୋଜିତ ହେଉଥିବା ଆଥେଲେଟିକ ପ୍ରଶିକ୍ଷଣ ଶିବିର ଉଦଯାପିତ

Sundargarh Town, Sundargarh | Sep 2, 2025
ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ରାଉରକେଲା ବିର୍ଶାମୁଣ୍ଡା ଏଥେଲେଟିକ ଷ୍ଟାଡିୟମରେ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଆୟୋଜିତ ହେଉଥିବା ଆଥେଲେଟିକ ପ୍ରଶିକ୍ଷଣ ଶିବିର ଆଜି ଅପରାହ୍ନ ଚାରିଟା ସମୟରେ ଉଦଯାପିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରୁ ୨ଜଣ ଲେଖାଏଁ ଯଥା ୩୫ ଜଣ ଯୁବ କ୍ରୀଡା ଅଂଶଗ୍ରହଣ କରିଥିଲେ। ଜାତୀୟ ଆଥେଲେଟିକ କୋଚ ଶିବ ପ୍ରସାଦ ମିଶ୍ର ସମସ୍ତଙ୍କୁ ଆଥେଲେଟିକର ବିଭିନ୍ନ କୌଶଳ ତଥା ଆଧୁନିକ ଟେକ୍ନୋଲୋଜି ଦ୍ୱାରା କିପରି ତୃଣମୂଳ ସ୍ତରରୁ ବାଳକ ବାଳିକା ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ତାକୁନେଇ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ।
Read More News
T & CPrivacy PolicyContact Us