Download Now Banner

This browser does not support the video element.

ଢେଙ୍କାନାଳ ସଦର: ରାସୋଳ ଥାନା ଅଞ୍ଚଳ ଶବର ସାହିରେ ବୃଦ୍ଧଙ୍କ ଆକ୍ରମଣ ଘଟଣାରେ ଜେଲ ଗଲେ ଯୁବକ

Dhenkanal Sadar, Dhenkanal | Aug 22, 2025
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳ ଶବର ସାହିର ଜଣେ ଯୁବକ ମଦପିଇ ତାଙ୍କ ଭାଉଜଙ୍କୁ ଏକୁଟିଆ ରୋଷେଇ କରୁଥିବା ଦେଖି ଅସଦାଚରଣ କରିବା ସହ ଟଣାଓଟରା କରିଥିଲା। ଏହି ସମୟରେ ଯୁବକଙ୍କ ବଡ଼ ବାପା ଆସି ତାଙ୍କୁ ବିରୋଧ କରିଥିଲେ। ଫଳରେ ନିଶାଶକ୍ତ ଅବସ୍ଥାରେ ଥିବା ଯୁବକ ଜଣଙ୍କ ବଡବାପାଙ୍କୁ ଗାଁ ଦାଣ୍ଡରେ ଘୋଷାଡ଼ି ମାଡ଼ ମାରିଥିଲା। ଯାହାର ଭିଡିଓ ଭାଇରାଲ୍ ହେଉଛି। ଏନେଇ ବୋହୂ ଜଣଙ୍କ ରାସୋଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ରାସୋଳ ପୁଲିସ ଅଭିଯୁକ୍ତ ଯୁବକକୁ ଗତରାତିରେ ଗିରଫ କରିଥିଲା I ଆଜି ଅପରାହ୍ନରେ ଯୁବକକୁ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us