Download Now Banner

This browser does not support the video element.

ସୋର: ବାଘଆମ୍ପୁଡା ଗ୍ରାମର ଏକ ନାଳ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Soro, Balasore | Oct 1, 2025
ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବାଘଆମ୍ପୁଡା ଗ୍ରାମରେ ନାଳ ପାଣିରେ ବୁଡି ଜଣେ ନିଖୋଜ ଯୁବକଙ୍କ ମୃତ୍ୟୁ ହୋଇଯାଇଛି. ଏହି ଗ୍ରାମର ପ୍ରହଲ୍ଲାଦ ଚୌଧୁରୀ ଗତକାଲି ସକାଳେ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ରାତି ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ. ଆଜି ସକାଳେ ଗ୍ରାମବାସୀ ମାନେ ଖୋଜାଖୋଜି କରୁଥିବା ବେଳେ ଗ୍ରାମ ନିକଟ ଏକ ନାଳରେ ସେ ଭାସୁଥିବା ଦେଖି ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି ଲେ।ସୋର ପୁଲିସ ମେଡ଼ିକାଲରେ ପହଞ୍ଚି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ କରିଛି।
Read More News
T & CPrivacy PolicyContact Us