This browser does not support the video element.
ବସ୍ତା: ଶ୍ୟାମସୁନ୍ଦରପୁର ଗ୍ରାମ ସ୍ଥିତ ପୋଖରୀ ଆଡିରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ,ପ୍ରବଳ ଜନ ସମାଗମ
Basta, Balasore | Oct 5, 2025
ଚଳିତ ବର୍ଷ ରାବଣ ପୋଡ଼ି ମହୋତ୍ସବ ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟରେ ରାବଣ ପୋଡ଼ି ନହୋଇ ବିଭିନ୍ନ ସ୍ଥାନରେ ରବିବାର ପାଳିତ ହେଇଛି।ଚଳିତ ବର୍ଷ ଅମର୍ଦାରୋଡ ଶ୍ୟାସୁନ୍ଦରପୁର ଗ୍ରାମର ଯୁବକ ସଂଘର ପକ୍ଷରୁ ଶ୍ୟାସୁନ୍ଦରପୁର ଗ୍ରାମ ସ୍ଥିତ ପୋଖରୀ ଆଡିରେ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହୋଇଥିଲା।ରାବଣ ପୋଡ଼ି ଉତ୍ସବ ଓ ଭିନ୍ନ ଭିନ୍ନ ଆତସବାଜି ଦେଖିବା ପାଇଁ ବେଶ ଭିଡ ଜମିଥିଲା।ଏନେଇ ଏକ ସଭାର ଅୟୋଜନ ହୋଇଥିଲା।ଯୁବକ ସଂଘର ସଭାପତି ଦୀପକ କୁମାର ସାହୁ ପୌରହିତରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗଦେଇ ଫିତା କାଟିଥିଲେ