This browser does not support the video element.
ମହୁଲପାଲି: ଭିକାପାଲି ଠାରେ ୨ ଦିନ ଧରି ଚାଲିଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉଦଯାପିତ
Mahulpalli, Sambalpur | Aug 31, 2025
ବାମରା ବ୍ଲକ ଅନ୍ତର୍ଗତ ଭିକାପାଲି ଗ୍ରାମରେ ଗତ ଦୁଇ ଦିନ ଧରି ଚାଲିଥିବା ନୂଆଁଖାଇ ଭେଟ ଘାଟ କାର୍ଯକ୍ରମ ଉଦଯାପିତ ହୋଇ ଯାଇଛି। LN କ୍ଲବ ଭିକାପାଲି ଏବଂ ନୂଆଖାଇ ଭେଟଘାଟ କମିଟିର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଉକ୍ତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅବସର ରେ ପ୍ରଥମ ଗ୍ରାମଦେବୀ ପୀଠରେ ନବାନ୍ନ ଲାଗି ହେବା ପରେ ଗାଁ ରେ ସମସ୍ତେ ମିଳିମିଶି ନବାନ୍ନ ଗ୍ରହଣ କରିଥିଲେ। ଅପରାହ୍ନ ରେ ଗ୍ରାମର ସମସ୍ତ ବର୍ଗର ବିଭିନ୍ନ ଖେଳର ଆୟୋଜନ କରାଯାଇଥିଲା। ରବିବାର ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।