This browser does not support the video element.
ସୋର: ସୋର ରେଳ ଷ୍ଟେସନ ନିକଟରେ ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା
Soro, Balasore | Sep 6, 2025
ସୋର ରେଳ ଷ୍ଟେସନ ନିକଟରେ ଟ୍ରେନ ଆଗକୁ ଡେଇଁ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ଜଣାପଡିଛି।ମୃତ ବୃଦ୍ଧ ଜଣଙ୍କ ହେଲେ ସୋର ପୌର ପାଳିକା ଅନ୍ତର୍ଗତ ପଠାଣ ମହଲ୍ଲା ଗ୍ରାମର ମିର୍ଜା ଆକବର ବେଗ (୬୫)।ସୂଚନା ଅନୁସାରେ ସୋର ପୌର ପାଳିକା ଅନ୍ତର୍ଗତ ପଠାଣ ମହଲ୍ଲା ଗ୍ରାମର ବୃଦ୍ଧ ଜଣଙ୍କ ପାରିବାରିକ କଳହରେ ଅତିଷ୍ଠ ହୋଇ ବାହାରେ ବୁଲୁଥିଲେ। କିନ୍ତୁ ସୋର ରେଳ ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ଭଦ୍ରକରୁ ଖଡ଼ଗପୁର ଯାଉଥିବା ଡାଉନ ମେମୁ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ସୋର ଷ୍ଟେସନରେ କାର୍ଯ୍ୟରତ ଆରପିଏଫ ମାନେ ଘଟଣାସ୍ଥଳରେ ପହଁଚିଥିଲେ।