This browser does not support the video element.
ପଦ୍ମପୁର: ମହୁଲପାଲି ଗାଁର ତାରାଚାନ୍ଦ ସାହୁ ଘର ଭିତରେ ବାହାରିଲା ବିଷାକ୍ତ ଡଙ୍ଗର ଚିତି ସାପ
Padmapur, Bargarh (Baragarh) | Sep 9, 2025
ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲି ହାଇସ୍କୁଲ ପାଖ ତାରାଚାନ୍ଦ ସାହୁ ଘର ଭିତରେ ଆଜି ରାତି ପ୍ରାୟ ୮ ଟା ସମୟରେ ବିଷଧର ଡଙ୍ଗର ଚିତି ସାପ ଦେଖାଯାଇଥିଲା। ପୁଅ ଦିଲୀପ ସାହୁ ପ୍ରଥମେ ଦେଖି ସାପ ଧରାଳି ଅଲେଖ ଡନସନାଙ୍କୁ ଫୋନ କରିଥିଲେ। ଖବର ପାଇ ସେ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ସାପକୁ ଜୀଅନ୍ତା ଧରି ଦୂର ସ୍ଥାନରେ ଛାଡି଼ ଆସିଥିଲେ। ଅଲେଖ ଡନସନା ପ୍ରକୃତରେ ଏକ ଦେବଦୂତ ସଦୃଶ ଅନେକ ଥର ଏପରି ସାହସିକ କାର୍ଯ୍ଯ କରିସାରିଛନ୍ତି।