This browser does not support the video element.
ଝାରସୁଗୁଡା: ବେଲପାହାଡ଼ ପି.ଏମ. ଶ୍ରୀ ଗିରିଧାରୀଲାଲ ଉଚ୍ଚ ବିଦ୍ୟାଳୟରେ ଟି ୱିଥ୍ ଟିଚର୍ସ ନାମରେ ଏକ ଅଭିନବ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Sep 13, 2025
ବେଲପାହାଡ଼ ସ୍ଥିତ ପି.ଏମ. ଶ୍ରୀ ଗିରିଧାରୀଲାଲ ଉଚ୍ଚ ବିଦ୍ୟାଳୟଠାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରେରିତ କରିବା ଏବଂ ବିଦ୍ୟାଳୟରେ ଶିକ୍ଷାନୁକୂଳ ପରିବେଶକୁ ସୁଦୃଢ଼ କରିବା ଭଳି ଏକ ମହତ୍ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ଆନୁକୂଲ୍ୟରେ “ଟି ୱିଥ୍ ଟିଚର୍ସ ” ନାମରେ ଏକ ଅଭିନବ ଏବଂ ପ୍ରେରଣାଦାୟକ କାର୍ଯ୍ୟକ୍ରମର ଆଜି ଦିନ ଦଶଟା ସମୟରେ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲଖନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସାହୁ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିନ୍ଦ୍ର ପଟେଲ, ବେଲପାହାଡ଼ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ