This browser does not support the video element.
ଛତ୍ରପୁର: ଅପରେସନ ଅନ୍ବେଷଣରେ ଗଞ୍ଜାମ ଜିଲ୍ଲାରେ ମୋଟ ୧୧୫ ଜଣ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର, ଛତ୍ରପୁର ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା
Chhatrapur, Ganjam | Aug 23, 2025
ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଅପରେସନ ଅନ୍ବେଷଣ ।ନିଖୋଜ ମହିଳା ଓ ଶିଶୁଙ୍କୁ ଉଧାର କରାଯାଉଛି। ଏହି କ୍ରମରେ ଗତକାଲି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୨୫ ଜଣ ନିଖୋଜ ମହିଳା ଓ ଶିଶୁଙ୍କୁ ଉଧାର କରାଯାଇଥିବା ସୂଚନା ମିଳିଛି। ଗତ ୫ ଦିନ ମଧ୍ୟରେ ଜିଲ୍ଲାର ମୋଟ ୧୧୫ ଜଣ ନିଖୋଜ ମହିଳା ଓ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଧାର କରାଯାଇଥିବା ସୂଚନା ମିଳିଛି। ଶନିବାର ପୂର୍ବାହ୍ନରେ ଛତ୍ରପୁର ସ୍ଥିତ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି।