This browser does not support the video element.
ଢେଙ୍କାନାଳ ସଦର: ବାଦିବାହାଳ ଅଞ୍ଚଳ ବିପଦ ପୁର୍ଣ୍ଣ, ବନ କର୍ମଚାରୀ ଦେଲେ ସୂଚନା
Dhenkanal Sadar, Dhenkanal | Aug 27, 2025
ଢେଙ୍କାନାଳ ହିନ୍ଦୋଳ ରେଂଜ ଅଞ୍ଚଳରେ ବର୍ଷ ତମାମ ହାତୀମାନଙ୍କର ଚରାଭୁମି ପାଇଟି ଯାଇଛି। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ହାତୀ ପଲ ପଲ ହୋଇ ଜନ ବସତି ଆଡ଼େ ମାଡି ଆସି ବହୁ କ୍ଷୟକ୍ଷତି କରୁଛନ୍ତି । ବୁଧବାର ଭୋର ବେଳା ଏକ ହାତୀପଲ ବାଦିବାହଳ ଗ୍ରାମ ଅଞ୍ଚଳରେ ରହିଛନ୍ତି। ଖବର ପାଇ ବନ କର୍ମଚାରୀ ସେଠାରେ ପହଞ୍ଚି ହାତୀ ମାନଙ୍କ ଗତି ବିଧିକୁ ଦେଖିବା ସହିତ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଛନ୍ତି। ଗତ ରାତିରେ ହାତୀପଲ ମିଟିକାପଶିଠାରୁ ବାହାରି କଙ୍କାଳୁ ପର୍ଯ୍ୟନ୍ତ ଯାଇ ଆଜି ସକାଳେ ବାଦିବାହଳରେ ଅଛନ୍ତି ।