Download Now Banner

This browser does not support the video element.

ଢେଙ୍କାନାଳ ସଦର: ସହରରେ ରାଜସ୍ଵ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କଲେ ମନ୍ତ୍ରୀ

Dhenkanal Sadar, Dhenkanal | Aug 27, 2025
ଆଜି ବୁଧବାର ଦିନ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ ଗସ୍ତ କରିଥିଲେ । ଏହି ଅବସରରେ ସକାଳ ୧୦ଟା୩୦ ମିନିଟରେ ସହର ମଧ୍ୟରେ ସଦର ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ କୋଠାର ଶୁଭ ଉଦ୍‌ଘାଟନ ନଡ଼ିଆ ଭାଙ୍ଗି ଓ ଫିତା କାଟି କରିଥିଲେ ।ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା, ଉପଜିଲ୍ଲାପାଳ ବିବୁଧ ଗଡନାୟକ,ତହସିଲ ଦାର ସ୍ଵାଧିନ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁମନ୍ତ ବେହେରା ଏବଂ ରାଜସ୍ବ ନିରୀକ୍ଷକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Read More News
T & CPrivacy PolicyContact Us