Download Now Banner

This browser does not support the video element.

ଛତ୍ରପୁର: ଗଞ୍ଜାମ ସହର ନିକଟସ୍ଥ ଜାତୀୟ ରାଜପଥରେ ମହଙ୍ଗା ପଡ଼ିଲା ବେପରୁଆ ଗାଡ଼ି ଚାଳନା, ଭିଡିଓ ଭାଇରାଲ ପରେ ୧୧ ହଜାର ଫାଇନ କାଟିଲା ପୋଲିସ

Chhatrapur, Ganjam | Aug 24, 2025
ରାସ୍ତାରେ ଦେଖାଉଥିଲେ ହିରୋଗିରି। ବୁଲେଟରେ ବସି ନିଜକୁ ରାସ୍ତାର ରାଜା ଭାବୁଥିଲେ। କେତେବେଳେ ହାତ ଛାଡି ଚଲାଉଥିଲେ ତ କେତେବେଳେ ପୁଣି ଦେଖାଉଥିଲେ ଷ୍ଟଣ୍ଟ। ନା ମୁଣ୍ଡରେ ଥିଲା ହେଲମେଟ ନା ସଡକ ନିୟମକୁ ଥିଲା ଖାତିର। ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ଼୍କୁ ଆସିଯାଇଛି ପୁଲିସ ଓ କଷିଦେଇଛି ୧୧ ହଜାର ଟଙ୍କାର ଫାଇନ। ଗଞ୍ଜାମ ସହର ନିକଟସ୍ଥ ଜାତୀୟ ରାଜପଥରେ ବେପରୁଆ ଢଙ୍ଗରେ ଚଲାଉଥିଲେ ବୁଲେଟ୍।ପପୁନ ବାରିକ ନାମକ ବ୍ଯକ୍ତିଙ୍କୁ ଚାଲାଣ ଆସିଥିବା ରବିବାର ଅପରାହ୍ନରେ ସୂଚନା ମିଳିଛି।
Read More News
T & CPrivacy PolicyContact Us