This browser does not support the video element.
ବଲାଙ୍ଗୀର: ବଥର୍ଲା ଗାଁ ର ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରି ଥିବା ଅଭିଯୋଗ ନ୍ୟାୟ ପାଇଁ ପୀଡିତା ଏସପିଙ୍କ ଦ୍ୱାରସ୍ଥ
Balangir, Balangir | Sep 8, 2025
ପୂଇଁନ୍ତଲା ଥାନା ବଥର୍ଲା ଗାଁର ପ୍ରେମିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୁକ୍ତ ପ୍ରେମିକ ଅଭିଯୋଗର ୩ ମାସ ପରେ ପୁଲିସ ହାତରେ ଲାଗିନାହିଁ । ଗର୍ଭବତୀ ପୀଡ଼ିତା ପ୍ରେମିକା ପୂଇଁନ୍ତଲା ଥାନାରୁ ନ୍ୟାୟ ନ ପାଇ ବଲାଙ୍ଗିର ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ପୁଇଁନ୍ତଲା ଥାନା ଦଶପୁର ଗାଁର ପ୍ରୀତିରଞ୍ଜନ ବସ୍ତିଆ ଓ ବଥର୍ଲା ଗାଁର ପୀଡ଼ିତା ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥ୍ଲା । ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ପ୍ରେମିକ ଶାରୀରିକ ସମ୍ପର୍କ ରଖୁଥିଲେ ।