This browser does not support the video element.
ରେଢାଖୋଲ: କେନ୍ଦୁଖୁପଲି ଠାରେ ଟ୍ରାକ୍ଟରରୁ ଖସି ଜଣେ ମୃତ
Rairakhol, Sambalpur | Aug 25, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କେନ୍ଦୁଖୁପଲି ଠାରେ ସୋମବାର ସଂଧ୍ୟାରେ ଟ୍ରାକ୍ଟର ରୁ ଖସି ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ କେନ୍ଦୁଖୁପଲି ଗ୍ରାମର ବିଜୟ ଦେହୁରୀ । ଟ୍ରାକ୍ଟର କୁ ରାସ୍ତା କଡ଼ରେ ଡ୍ରାଇଭର ଜଣକ ରଖି କୁଆଡେ ଯାଇଥିବା ବେଳେ ବିଜୟ ଦେହୁରୀ ଆସି ଟ୍ରାକ୍ଟର ଷ୍ଟାର୍ଟ କରି ଦେଇଥିଲେ । ଫଳରେ ସେ ଟ୍ରାକ୍ଟର ରୁ ଖସି ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକ ଦେଖି ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।