ମଙ୍ଗଳବାର ଅପରାନ୍ରେ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥର ବୌଦ୍ଧ-ରେଢାଖୋଲ ମଝିରେ ଥିବା କଦଳୀଗଡ ନିକଟ ଜଙ୍ଗଲରେ ରାସ୍ତା ଉପରେ ଏକ ଦନ୍ତା ହାତୀ ଛିଡା ହୋଇଥିବା ଯୋଗୁଁ ବହୁ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ଠପ ହୋଇ ଯାଇଥିଲା l ଜାତୀୟ ରାଜପଥର ଉପରକୁ ଆସି ଦନ୍ତା ହାତୀଟି ବହୁ ସମୟ ଧରି ଠିଆ ହୋଇ ରହିଥିବା ଫଳରେ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳିଥିଲା l