ରାସଗୋବିନ୍ଦପୁର: ଶୁଳିଆପଦା ଥାନା ଅଞ୍ଚଳରେ ୧୫ବର୍ଷୀୟା ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମପରେ ପୀଡିତା ୬ମାସର ଗର୍ଭବତୀ, ମାମଲା ରୁଜୁକଲା ପୁଲିସ
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ସେହି ଅଞ୍ଚଳର ଜନୈକ ଯୁବକ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିବାପରେ ପୀଡିତା ଜଣକ ଗର୍ଭବତୀ ହେବାପରେ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ବୁଧବାର ରାତି ଦଶଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ପୁଲିସ l ଶୁଳିଆପଦା ଥାନା ଅଞ୍ଚଳର ଜନୈକା ୧୫ବର୍ଷିୟା ନାବାଳିକାଙ୍କୁ ସେହି ଗାଁର ଜନୈକ ୨୧ବର୍ଷର ଯୁବକ ଦୁଷ୍କର୍ମ କରୁଥିଲା l