ଖଲ୍ଲିକୋଟ୍: ମା" ଡାଳଖାଇ ମନ୍ଦିର ପ୍ରାଙ୍ଗଣରେ ଟ୍ରକ ମାଲିକ ସଂଘର ବୈଠକ
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାନ ଘାଟି ସ୍ଥିତ ମା" ଡାଳଖାଇ ମନ୍ଦିର ପ୍ରାଙ୍ଗଣରେ ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନ ସାଢ଼େ ୨ ଟା ସମୟରେ ଚକ୍ରପାଣି ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କୋଦଳା ଦଣ୍ଡେଶ୍ୱର ଟ୍ରକ ମାଲିକ ସଂଘ, ବେଗୁନିଆପଡ଼ା ଧବଳେଶ୍ଵର ଟ୍ରକ ମାଲିକ ସଂଘ ଓ ଖଲ୍ଲିକୋଟ ମା ରାହଣ ଦେବୀ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ଟ୍ରକ ମାଲିକ ମାନଙ୍କ ଉପରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।