ପଟ୍ଟାଙ୍ଗୀ: ନନ୍ଦପୁର ବ୍ଳକ୍ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ପରବ ଉଦଘାଟନୀ ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ
ଚଳିତ ମାସ ୧୨ ତାରିଖରେ ଲକ୍ଷ୍ମୀପୁର ବ୍ଲକରୁ କୋରାପୁଟ ଜିଲ୍ଲାର ଆଦିବାସୀ ଲୋକ ମୋହତ୍ସବ ପରବ ଉଦଘାଟନୀ ଉତ୍ସଵରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୋଗ ଦେବା ନେଇ ସୋମବାର ଅପରାହ୍ନ ୪ଟା ସମୟରେ ନନ୍ଦପୁର ବ୍ଲକ୍ କାର୍ଯ୍ୟାଳୟର ଶହୀଦ ଲକ୍ଷ୍ମଣ ନାୟକ ସଭା ଗୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି । ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ପ୍ରସ୍ତୁତି ବୈଠକରେ ବ୍ଲକ୍ ଅଧକ୍ଷା ସାବିତ୍ରୀ କର୍ତୁଲ, ଏ ଇ ଇ ଝସକେତନ୍ ବେହେରା, ବିଧାୟକ ପ୍ରତିନିଧି କାମେଶ କାମୁଡି, ସିଡିପିଓ ମିନତି ବାଲା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ