କବିସୂର୍ଯ୍ୟନଗର: କୋଦଳା ଓ ବେଗୁନିଆପଡା ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ମନ୍ଦିର ପରିସରରେ ବୁଧବାର ଦିନ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ ସମସ୍ତଙ୍କ ମା ପାଇଁ ଚାରା ଟିଏ ରୋପଣ କରିବା ପାଇଁ କହିଥିଲେ । କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଂଜିତା ସେଠି ସହଯୋଗ କରିଥିଲେ । ସେହିପରି ବେଗୁନିଆପଡା ଥାନା ପକ୍ଷରୁ ଥାନା ଅଧିକାରୀ ଭଗବାନ ପୂଜାରୀ ଙ୍କ ତତ୍ୱାବଧାନରେ ବ୍ଲକ କାର୍ଯ୍ୟାଳୟ ନିକଟରେ ଥାନା ପକ୍ଷରୁ ଚାରା ରୋପଣ କରାଯାଇଥିଲା ।