ଖଲ୍ଲିକୋଟ୍: କୋମଣ୍ଡ ଗାଁ ରେ ବ୍ୟାପୁଛି କିଡନୀ ରୋଗ ଅଭିଯୋଗ ପରେ ଗାଁ ରେ ସ୍ବାସ୍ଥ୍ୟ ପରୀକ୍ଷା କଲେ ସ୍ବାସ୍ଥ୍ୟକର୍ମୀ
ଖଲ୍ଲିକୋଟ ବ୍ଲକ କୋମଣ୍ଡ ଗାଁ ରେ ବ୍ୟାପୁଛି କିଡନୀ ରୋଗ । ପାଣି ଯୋଗୁଁ କିଡନୀ ରୋଗ ହେଉଥିବା ଅଭିଯୋଗ ହୋଇଛି । ଜଣେ କି ଦୁଇ ଜଣ ନୁହେଁ , କିଡନୀ ରୋଗରେ ୪ ମାସରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଯୁବକୁ ଠାରୁ ବୃଦ୍ଧ ସମସ୍ତେ କିଡନୀ ରୋଗରେ ଆକ୍ରାନ୍ତ । ଭୟରେ ପୁରା ଗାଁ । କାରଣ ଗତ ଚାରିମାସ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଓ ୨୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇଛନ୍ତି । ତେବେ ଆଜି ଦିନ ୧୨ ଟା ସମୟରେ ସ୍ବାସ୍ଥ୍ୟ କର୍ମୀ ମାନେ ଗ୍ରାମରେ ପଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରି ଫେରିଥିବା ସୂଚନା ମିଳିଛି ।