ଆନନ୍ଦପୁର: ଗୋଷ୍ଠୀ କନ୍ଦଳରେ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କଲେ ଛାତ୍ରଛାତ୍ରୀ
ହାଟଡିହି ବ୍ଲକ ଜଳସରପୁର ହାଇସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନକୁ ଗୁରୁତ୍ୱ ନଦେଇ ଗୋଷ୍ଠୀ କନ୍ଦଳରେ ସମୟ ବିତାଉ ଥିବାବେଳେ ଏହାର ପ୍ରତିବାଦ କରି ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଟାୟାର ଜାଳି ଜାବିନୀପୁର - ଗେଡ଼ମା ରାସ୍ତାକୁ ଅବରୋଧ କରି ବସିଥିଲେ। ଦିନ ୨ଟା ବେଳେ ହାଟଡ଼ିହି ତହସିଲଦାର ଓ ନନ୍ଦିପଦା ଥାନା ଆଇଆଇସି ପ୍ରମୁଖ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।