କଟକ ପୌରାଞ୍ଚଳ: ଖୁଣ୍ଟୁଣୀ ପେଟ୍ରୋଲ ପମ୍ପ ନିକଟରୁ କାର ଚୋରି ମାମଲା, ଜଣେ ଗିରଫ
କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରୁ କାର ଚୋରି କରିବା ମାମଲାରେ ଜଣକୁ ଗିରଫ କରିଛି ଖୁଣ୍ଟୁଣୀ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ରାଜେଶ କାମ୍ପା। ଏ ନେଇ ମଙ୍ଗଳବାର ରାତି ୧୧.୪୫ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ମଙ୍ଗଳବାର ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। କିଛି ଦିନ ତଳେ ଅଭିଯୁକ୍ତ ଆଉ ତାର କିଛି ସହଯୋଗୀ ମିଟୁ ଦାସ ନାମକ ବ୍ୟକ୍ତିଙ୍କ କାର କିଣିବା ବାହାନାରେ ତାଙ୍କ କାର ଚୋରି କରି ନେଇ ଫେରାର ହୋଇଯାଇଥିଲେ।