କବିସୂର୍ଯ୍ୟନଗର: ଖୋଜାପଲ୍ଲୀ ନିକଟରେ ବାଇକ ଦୃଘଟଣା, ଦୁଇ ମୃତ
କିଏ ଜାଣେ ମୃତ୍ୟୁ କେତେ ବେଳେ ଆସେ। ଯାତ୍ରାରେ ଅଭିନୟ କରି ଦର୍ଶକଙ୍କୁ ଖୁସି ଵାଣ୍ଟି ଶେଷରେ ଯାତ୍ରାରେ ମାରିବା ପରେ ନିଜେ ଘରକୁ ଫେରୁଥିବା ବେଳେ ସତରେ ମୃତ୍ୟୁ ରାସ୍ତାରେ ଛପି ବସିଥିଲା । ଏହି ଭଳି ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ନିକଟରାଜ୍ୟ ରାଜପଥ ରେ । ବେଗୁନିଆପଡା ବ୍ଲକ ଦିଗାପଡା ପଂଚାୟତ ଜଗନ୍ନାଥ ପୁର ଛଚିନା ର ଗୁରା ସେଠି ଙ୍କ ପୁଅ କାଶୀନାଥ ସେଠି ମର୍ନିଙ୍ଗ ୱାକରେ ଯାଉଥିବା ବେଳେ ଏହି ପୋଲସରା ବ୍ଲକ ରାଣୀପଡ଼ା ଗ୍ରାମର ମିଟୁ ପରିଡା ବାଇକରେ ଆସି ଧକ୍କା ଦେଇଥିଲା । କାଶୀନାଥ ଙ୍କୁ କୋଦଳା ମେଡିକାଲ ଓ ମିଟୁଙ୍କୁ ପୋଲସରା ମେଡିକାଲ ନିଆଯାଇଥିଲା