ଖଲ୍ଲିକୋଟ୍: ବାଣିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ଆସନ୍ତା କାଲି ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ
ଗଞ୍ଜାମ ଜିଲ୍ଲାପାଳ ଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା କାଲି ଅର୍ଥାତ 10.11.2025 ରିଖ ସୋମବାର ଦିନ ୧୦ ଟା ସମୟରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଣିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହି ଶିବିର ରେ ଖଲ୍ଲିକୋଟ ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ଡି ମାଲେଶ୍ଵର ପାତ୍ର, ଖଲ୍ଲିକୋଟ ଥାନା ଅଧିକାରୀ ଙ୍କ ସହ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବେ। ତେବେ ଏ ସମ୍ପର୍କରେ ଆଜି ସନ୍ଧ୍ୟା ୫ ଟା ସମୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।