ଆନନ୍ଦପୁର: ନନ୍ଦିପଦା ଥାନା ପକ୍ଷରୁ ଛେନାପଦି ଛକରେ ସାଇବର ସଚେତନତା କାର୍ଯ୍ୟକ୍ରମ
ନନ୍ଦିପଦା ଥାନା ଅଞ୍ଚଳରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନ ୪ଟାରେ ଛେନାପଦି ଛକରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାକାର ମାନଙ୍କ ଦ୍ୱାରା ବର୍ତ୍ତମାନ ସମୟରେ କିପରି ସାଇବର ଠକେଇ ହେଉଛି ଓ ସେଥିରୁ କିପରି ରକ୍ଷା ପାଇବା ତାହା ଉପରେ ଅଭିନୟ ମାଧ୍ୟମରେ ସଚେତନ କରାଯାଇଥିଲା। ନନ୍ଦିପଦା ଥାନାର ଇନ୍ସପେକ୍ଟର ବଳିଆ ବାରିକ, ଏସ ଆଇ ଅନୁପ କର, ଏଏସ ଆଇ ଗୋପାଳ କୃଷ୍ଣ ମିଶ୍ର, ସୁଷମା ସେଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।