କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ର ବିଭିନ୍ନ ପଂଚାୟତ ରେ ଭତ୍ତା ବଣ୍ଟନ କଲେ ବିଧାୟକ
ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ବିଭିନ୍ନ ପଂଚାୟତ ଗସ୍ତ କରିବା ସହ ନୂତନ ଭତ୍ତା ବଣ୍ଟନ କରିଥିଲେ । କୁମ୍ଭାର ଗାଁ ପଂଚାୟତରେ 21ଜଣ ନୂତନ ହିତାଧିକାରୀ ଙ୍କୁ ଦୁଇ ମାସର ଭତ୍ତା ବଣ୍ଟନ କରିଥିବା ବେଳେ ଅଙ୍ଗାର ଗାଁ ପଂଚାୟତ ରେ 25 ଜଣ , ଷଣ୍ଢ ମୂଳ ପଂଚାୟତ ରେ 25 ଜଣ ,ସାଙ୍କୁଡ଼ା ପଂଚାୟତରେ 24 ଜଣ , ସୁମଣ୍ଡଳ ପଂଚାୟତରେ 27 ଜଣ , ତାଳସର ପଂଚାୟତରେ 20 ଜଣ , ଏସ. ଛଚିନା ପଂଚାୟତରେ 26 ଜଣ, ବୁରୁଝରୀ ପଂଚାୟତରେ 23 ଜଣ , ମର୍ଦକୋଟ ପଂଚାୟତରେ 35 ଜଣ , କେ. ବରିଡା ପଂଚାୟତରେ 28 ଜଣ , ଚିଙ୍ଗୁଡ଼ିଖୋଲ ପଂଚାୟତରେ 25 ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି ।