ଦେବଗଡ: ବମ୍ପରଡା ଗ୍ରାମରୁ ୨ ଦେଶୀ ବନ୍ଧୁକ, ଛରରା ଓ ଗନ୍ ପାଉଡର ଜବତ, ଜଣେ ଗିରଫ
ବାରକୋଟ ଥାନା ବମ୍ପରଡା ଗ୍ରାମରେ ପୋଲିସ ପକ୍ଷରୁ ଚଢଉ କରାଯାଇ ୨ ଗୋଟି ଦେଶୀ ବନ୍ଧୁକ, ଛର୍ରା ଓ ଗନ ପାଉଡର ଜବତ କରାଯିବା ସହ ବିଜୟ ଶବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ବିଜୟକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଜି ରାତି 9 ଟାରେ ଥାନା ଅଧିକାରୀଙ୍କ ଠାରୁ ଏନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ ବମ୍ପରଡା ଗ୍ରାମର ବିଜୟ ଶବର ନାମକ ଜଣେ ବ୍ୟକ୍ତି ଜନ୍ତୁ ଶିକାର ନିମନ୍ତେ ନିଜ ଘରେ ବେଆଇନ ଭାବେ ଦେଶୀ ବନ୍ଧୁକ ରଖିଥିବା ବାରକୋଟ ଥାନା ପୁଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା ।