କଣିହାଁ ସ୍ଥିତ ଟାକୁଆ ଗ୍ରାମ ଟିକିରା ନଦୀ ପମ୍ପହାଉସ ନିକଟ ରାସ୍ତାରେ ପାଉଁଶ ବୋଝେଇ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହି ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶକି ଏନଟିପିସିରୁ ପାଉଁଶ ବୋଝେଇ ଟ୍ରକ ଯାଉଥିବା ବେଳେ ମଙ୍ଗଳବାର ଅପରାହ୍ନ ୩ ଘଟିକା ସମୟରେ ସାଇକେଲରେ ଯାଉଥିବା କଣିହାଁ ଗ୍ରାମର ସୁବାସ ନାଏକଙ୍କୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସୁବାସ ଗୁରୁତର ଆହତ ହୋଇଥିଲେ ଖବର ପାଇ ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ଗୁରୁତର ଆହତ ସୁବାଷଙ୍କୁ ତୁରନ୍ତ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।