ପୋଲସରା: ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଘରୋଇ ବିଦ୍ୟାଳୟ ସଂଗଠନର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ପୋଲସରା ସହର ଲୁଣିଘାଟ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଶିବ ମନ୍ଦିର ଠାରେ ପୋଲସରା ବ୍ଲକ ଘରୋଇ ବିଦ୍ୟାଳୟ ସଂଗଠନ ର ସାଧାରଣ ବୈଠକ ଅନୁଷ୍ଠିତ କରାଯାଇଛି l ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ସଭାପତି ଭାବରେ ସନ୍ତୋଷ କୁମାର ପାତ୍ର, ଉପ ସଭାପତି ଭାବେ ସୁଶାନ୍ତ କୁମାର ପ୍ରଧାନ, ସମ୍ପାଦକ ଭାବେ ସୂର୍ଯ୍ୟନାରାୟଣ ପଟ୍ଟନାୟକ, କୋଷାଧ୍ୟକ୍ଷ ରୂପେ ସୂଚିତ୍ର କୁମାର ପ୍ରଧାନ,ଉପଦେଷ୍ଟା ମଣ୍ଡଳୀରେ ଦୁର୍ଗା ପ୍ରସାଦ ମହାପାତ୍ର,ଅଗସ୍ତି ବରାଡ, ବ୍ରଜବନ୍ଧୁ ଦଳବେହେରାଙ୍କୁ ଚୟନ କରାଯାଇଥିଲା ।