ଝାରସୁଗୁଡା: ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ରୁ ବେଲପାହାଡ କୁ ଆସିଲା ଆଜ୍ଞା ମାଳ
ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ରୁ ବେଲପାହାଡ କୁ ଆସିଲା ଆଜ୍ଞା ମାଳ l ବେଲପାହାଡ ବଜାରପଡା ରେ ପ୍ରତିଷ୍ଠା ହେବାକୁ ଥିବା ସମଲେଇ ମନ୍ଦିର କୁ ଏହି ଆଜ୍ଞା ମାଳ ଆସିଛି l ଏହି ଆଜ୍ଞା ମାଳ ଆଜି ସକାଳ ୯ ଟା ୩୦ ରେ ବେଲପାହାଡ ପହଂଚିବାପରେ ବେଲପାହାଡବାସୀ ଭଵ୍ୟ ସ୍ୱାଗତ କରିବା ସହ ସଙ୍ଘ ଘଣ୍ଟର ତାଳେ ତାଳେ ଏକ ଭବ୍ୟ ଶୋଭାଯାତ୍ରା ଏବଂ ବାଇକ ରାଲି କରାଯାଇ ବଜାର ପଡା ସ୍ଥିତ ମନ୍ଦିର କୁ ଆଣିଛନ୍ତି l ବଜାରପଡା ରେ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଅପରାହ୍ନ ରେ କଳସ ଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି l