ଆନନ୍ଦପୁର: ଡଙ୍କୁରି ନିକଟରେ ବେଆଇନି ବାଲି ପରିବହନ ବେଳେ ପୁଲିସ ପକ୍ଷରୁ ଚଢ଼ାଉ, ୧୯ଟି ବାଲି ବୋଝେଇ ଗାତି ଜବଦ
ଆନନ୍ଦପୁର ଉପଖଣ୍ଡରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ବେଢାଡ଼କ ଭାବେ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଭୋର ସମୟରେ ନନ୍ଦିପଦା ପୋଲିସ ପକ୍ଷରୁ ଅଣା ସମଣା ରାସ୍ତାର ଡଙ୍କୁରୀ ନିକଟରେ ଚଢ଼ାଉ କରାଯାଇ ୧୯ଟି ବାଲି ବୋଝେଇ ଗାଡି ଜବଦ କରାଯାଇଥିଲା। ଆଜି ଅପରାହ୍ନ ୩ଟା ବେଳେ ଜବଦ ଗାଡିଗୁଡିଜୁ ଥାନାକୁ ନିଆ ଯାଇଛି।