ଆସିକା: କେନ୍ଦୁପଦର ଏନ୍.ବି.ସି କଲେଜରେ ଯୁବ ରେଡ୍ କ୍ରସର ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
Asika, Ganjam | Nov 28, 2025 ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାର ଭାରତୀୟ ଯୁବ ରେଡ୍ କ୍ରସ ରାଜ୍ୟସ୍ତରୀୟ ତ୍ରିଦିବସୀୟ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିରର କର୍ମଶାଳା ଉଦଘାଟିତ ହୋଇଯାଇଛି l ଉଦ୍ଘାଟନ ଉତ୍ସବର ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଲୋକ ସେବା ମଣ୍ଡଳ ନୂଆ ଦିଲ୍ଲୀର ସାଧାରଣ ସମ୍ପାଦକ ତଥା ସମାଜର ମୁଦ୍ରକ ଓ ପ୍ରକାଶକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଜେନା ଯୋଗଦେଇଥିଲେ l