ଗୋବିନ୍ଦପୁର: ବାଉଁଶଲଗା ଠାରେ ସାପ କାମୁଡ଼ାରେ ଜଣେ ଚାଷୀ ଆହତ, ସୁନ୍ଦରଗଡ଼ ସ୍ଥାନାନ୍ତରିତ
ବାମରା ବ୍ଲକ ବାଉଁଶଲଗା ଗ୍ରାମର ଦୁଲ୍ଲଭ ନାଏକ ଙ୍କ ପୁଅ ପୃଷ୍ଟି ନାଏକ ସୋମବାର ଦିନ ଗା ନିକଟ କ୍ଷେତରେ ଧାନ କାଟୁଥିବା ବେଳେ ସେଠାରେ ତାଙ୍କ ଗୋଡ଼ରେ ଏକ ବିଷାକ୍ତ ମହାମଣ୍ଡଳ ସାପ ଦନ୍ଶନ କରିଥିଲା। ଫଳରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସନ୍ଧ୍ୟା ୫ ଟା ସମୟରେ ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।