କବିସୂର୍ଯ୍ୟନଗର: ଅଙ୍ଗାରଗାଁ ଗ୍ରାମରେ ସାପ କାମୁଡ଼ାରେ ଜଣେ ମୃତ
ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମରେ ସାପ କାମୁଡାରେ ଜଣେ ଅବିବାହିତା ମହିଳା ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ସ୍ବର୍ଗତ ବଲ୍ଲବ ଜେନା ଆଲିଅସ ବଳିଆ ଙ୍କ ଝିଅ ଲକ୍ଷ୍ମୀ ଜେନା । ଗତ ଗୁରୁବାର ଦିନ ତାଙ୍କୁ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ଗ୍ରାମର ଏକ କ୍ଵାକ ଙ୍କ ପାଖରେ ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ସକାଳେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇ ଥିଲେ, ତେବେ ବାଟରେ ଛତ୍ରପୁର ଠାରେ ଗୁରୁତର ହେବାରୁ ଛତ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।