କବିସୂର୍ଯ୍ୟନଗର: ମାଗୁରଣୀ ଚାଞ୍ଚରା ଛକ ପୂର୍ତ୍ତ ରାସ୍ତା ନିକଟରୁ ଚୋରା ବାଲି ଚାଲାଣ ଗାଡିକୁ ଜବତ କଲା ବେଗୁନିଆପଡା ପୋଲିସ
ବାଲି ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାଲି ମାଫିଆଙ୍କ ରାଜରେ ସରକାର ହରାଉଛନ୍ତି କୋଟି କୋଟି ଟଙ୍କା ଟିକସ । ସରକାରଙ୍କ କଟକଣା ଓ ନିୟମ କାନୁନକୁ ବାଏ ବାଏ କରି ଚୋରା ଚାଲାଣରେ ବାଲି ମାଫିଆ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡା ଥାନା ଅଂଚଳରେ ।ଶନିବାର ରାତିରେ ପୋଲିସ ମାଗୁରଣୀ ଚାଞ୍ଚରା ଛକ ପୂର୍ତ୍ତ ରାସ୍ତା ନିକଟରେ ଗାଡ ଯାଞ୍ଚ ସମୟରେ ଟାଟା ଟିପର OD 07 B 2777 ଗାଡିକୁ ଅଟକାଇ ଥିଲେ । ଉକ୍ତ ଗାଡ଼ିରେ ଚୋରା ବାଲି ଚାଲାଣ ହେଉଥିବା ଜାଣି ପାରିଥିଲା ପୋଲିସ । ଗାଡ଼ିରେ ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ରୁ ଅଙ୍ଗାରଗାଁ ଯାଉଥିଲା ବାଲି ।