ଚମ୍ପୁଆ: ବଡବିଲ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା କ୍ୟାମ୍ପେନ୍ ଅନୁଷ୍ଠିତ
ଲୋକଙ୍କୁ ସାଇବର ଅପରାଧରୁ ନିବୃତ ରହିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ସାଧାରଣରେ ସଚେତନ କରା ଯାଉଛି। ସେହି କ୍ରମରେ ଆଜି ବଡବିଲ ପୋଲିସ ପ୍ରଶାସନ ପକ୍ଷରୁ ଆଜି ସହର ମଧ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ୍ ଅନୁଷ୍ଠିତ ହୋଇଛି। ସ୍ଥାନୀୟ କିରିବୁରୁ ଛକ ଏସଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମେ ଏକ ପଥପ୍ରାନ୍ତ ନାଟକ କରି କଳାକାର ମାନେ ଲୋକଙ୍କୁ ସାଇବର ଅପରାଧ ଓ ସେଥିରୁ ବଞ୍ଚିବାର ଉପାୟ ସମ୍ପର୍କରେ ସଚେତନ କରାଇଥିଲେ।