ଖଲ୍ଲିକୋଟ୍: ଶ୍ରୀମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶିଶୁଙ୍କ ବହୁମୁଖୀ ପ୍ରତିଭାର ବିକାଶରେ "ସୁରଭି" ସଫଳ ମାର୍ଗ ଦର୍ଶକ ।ଦେଶ ଜାତିର ମୁଖ୍ୟ ସୂତ୍ରଧର ହେଉଛନ୍ତି ଆଜିର ଶିଶୁମାନେ ।ସେମାନେ ହିଁ ଭବିଷ୍ୟତର ବାର୍ତ୍ତା ବହ । କୋମଳମତି ଶିଶୁଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଭଳି ସୁମହତ ଲକ୍ଷ୍ୟ ଆଭିମୁଖ୍ୟ ରଖି ଖଲ୍ଲିକୋଟ ବ୍ଲକ୍ ତରଫରୁ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଆଜି ଦିନ ସାଢ଼େ ୧୧ ଟା ସମୟରେ ଖଲ୍ଲିକୋଟ ସ୍ଥିତ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁଭ ଉଦଘାଟିତ ହୋଇଯାଇଛି ।