Place_ Umerkote Date_ 20.11.25. ନବରଙ୍ଗପୁର ଜିଲ୍ଲା ଉମରକୋଟ ଅବକାରୀ ବିଭାଗ ଦ୍ଵାରା ରାଇଘର ବ୍ଲକ ହିରି ଗ୍ରାମରେ ଚଢ଼ାଉ କରି ୫୬୦ ଗଞ୍ଜେଇ ଗଛ କୁ ନଷ୍ଟ କରା ଯାଇଛି ଏଥି ସହ ଗଞ୍ଜେଇ ଚାଷ କରିଥିବା ଅଭିଯୋଗ ରେ ଅଭିଯୁକ୍ତ ରାମଧର ଗଣ୍ଡ କୁ ଗିରଫ କରିଛି ଅବକାରୀ ବିଭାଗ। ରାମଧର ଗଞ୍ଜେଇ ଚାଷ କରିଥିବା ଖବର ପାଇବା ପରେ ଉମରକୋଟ ଅବକାରୀ ନିରୀକ୍ଷକ ରଞ୍ଜୁଲତା ବାରିକ ଙ୍କ ନେତୃତ୍ୱ ରେ ରାଇଘର ଓ ଉମରକୋଟ ର ଦୁଇଟି ଟିମ୍ ହିରୀ ଗ୍ରାମ କୁ ଯାଇ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ କରିବା ସମୟ ରେ ଅଭିଯୁକ୍ତ ରାମଧର ଗଞ୍ଜେଇ ଗଛ ରେ ପାଣି ଦେଉଥିଲା ।