ପୋଖରୀରେ ଗୋଡ ଖସି ଯିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ କୁଳୁମା ଗ୍ରାମର ୫୦ ବର୍ଷର ବୃଦ୍ଧ ମଙ୍ଗୁଳୁ ବେହେରା ଗୋରୁ ଚରାଉଥିବାବେଳେ ହଠାତ ପୋଖରୀ ହୁଡ଼ାରୁ ଅସାବଧାନତା ଯୋଗୁ ଗୋଡ଼ ଖସି ଯିବାରୁ ପୋଖରୀରେ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ କୁଳୁମା ଗ୍ରାମର ମଙ୍ଗୁଲୁ ବେହେରା ଗତକାଲି ଠାରୁ ଗାଈ ଚରାଇବାକୁ ଯାଇଥିବାବେଳେ ଘରକୁ ଫେରିନଥିଲେ ।ସୋମବାର ୯ଘଟିକା ସମୟରେ ଦମକଳ ବାହିନୀ ତାଙ୍କ ଶବ ଉଦ୍ଧାର କରିଛି ।