ନୂଆପଡା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂଆପଡ଼ା ପୋଲିସ ପଡ଼ିଆ ଠାରେ ଏସପିଙ୍କ ନେତୃତ୍ଵରେ ବୃକ୍ଷ ରୋପଣ କରାଯାଇଥିଲା। ସେହିପରି ଜିଲାର କୋମନା, ବୋଡ଼େନ, ଖଡ଼ିଆଳ, ସିନାପାଲି, ଖରିଆର ରୋଡ଼ ସହ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନରେ ବୃକ୍ଷ ରୋପଣ କରାଯାଇଥିଲା। ଏନେଇ ଆଜି ଗୋଟାଏ ସମୟରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମୃତପାଲ ସିଂହ ସୂଚନା ଦେଇଛନ୍ତି।