ଆନନ୍ଦପୁର: ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଛେନାପଦିଛକ ସ୍ଥିତ ମା ବିଶ୍ଵ ତାରିଣୀ ମନ୍ଦିରରେ ଦୀପଦାନ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ଆନନ୍ଦପୁର ବିଜେପି ପକ୍ଷରୁ ଛେନାପଦିଛକ ସ୍ଥିତ ମା ବିଶ୍ଵତାରିଣୀ ମନ୍ଦିରରେ ସମୁହ ଦୀପଦାନ କରାଯାଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି। ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ଆଜି ସଂଧ୍ୟା ୭ଟା ବେଳେ ଛେନାପଦିଛକ ସ୍ଥିତ ମା ବିଶ୍ଵ ତାରିଣୀ ମନ୍ଦିରରେ ପହଞ୍ଚି ସମୁହ ଦୀପଦାନ କରିଥିଲେ।