ଖଲ୍ଲିକୋଟ୍: ବନ୍ଦେ ମାତରମ୍ ର ୧୫୦ ବର୍ଷ ପୁର୍ତ୍ତୀ ଅବସରରେ ବଧିନୁଆଁପଲ୍ଲୀ ପଂଚାୟତ ରେ ବିଜେପି ର ପଦଯାତ୍ରା ଓ ସଭା ଅନୁଷ୍ଠିତ
ଜାତୀୟ ଗୀତ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୁର୍ତ୍ତୀ ଅବସରରେ ଆଜି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଧିନୂଆଁପଲ୍ଲୀ ପଂଚାୟତ ରେ ବିଜେପି ପକ୍ଷରୁ ପଦଯାତ୍ରା ସହିତ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନ ୨ ଟା ସମୟରେ ଏହି କାର୍ଯ୍ୟକ୍ରମ ରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଯୋଗ ଦେଇ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ତଥା ସ୍ୱଦେଶୀ ପ୍ରୀତି ଜାଗ୍ରତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଥିଲେ ।