ଢେଙ୍କାନାଳ ସଦର: ପୋରୁହଖୋଜ ପଞ୍ଚାୟତଠାରେ ରକ୍ତଦାନ ଶିବିରରେ ଯୋଗଦେଲେ ମନ୍ତ୍ରୀ
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ୭୫ତମ ଜନ୍ମଦିନ ଅବସରରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପୋରୂହଖୋଜ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ଏବଂ ଭାରତୀୟ ଯୁବମୋର୍ଚ୍ଚା ଗଁଦିଆ ବ୍ଲକ ପକ୍ଷରୁ ଆୟୋଜିତ ସେବା ପକ୍ଷ-୨୦୨୫ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ରପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ତାଙ୍କ ସହିତ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ମହାଦୀପ ଯଶୋବନ୍ତ ମହିମା ଉପସ୍ଥିତ ଥିଲେ।