ଖଲ୍ଲିକୋଟ୍: ସାବୁଳିଆ ଗ୍ରାମରେ ଅଭାବନୀୟ ଘଟଣା; ନିଜ ଘର ଭିତରେ ରଶି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା
ଖଲ୍ଲିକୋଟ ବ୍ଲକ ତଥା ରମ୍ଭା ଥାନା ଅଧୀନସ୍ଥ ସାବୁଳିଆ ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ ଘର ଭିତରେ ରଶି ଲଗାଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯୁବତୀ ଜଣଙ୍କ ସାବୁଳିଆ ଗ୍ରାମ ବାଦଭୂମୀ ସାହିର ଝାନ୍ସି ବେହେରା ବୋଲି ଜଣା ପଡ଼ିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଭାବି ଶଶୁର ଙ୍କ ପରିବାର ମାନସିକ ନିର୍ଯାତନା ଦେବା ଯୋଗୁଁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।