ଆସିକା: ଖଣ୍ଡରାବଳୀ ନିକଟରୁ ଭିନ୍ନଧରଣ ର ଗଞ୍ଜେଇ ରାକେର ଠାବ,ବିପୁଳ ଗଞ୍ଜେଇ ସହ ଗୋଟିଏ ଟ୍ରକ ଏବଂ ଗୋଟିଏ କାର ଜବତ,ଚାରି ଅଭିଯୁକ୍ତ ଗିରଫ
Asika, Ganjam | Dec 1, 2025 ଭିନ୍ନ ଧରଣ ଗଞ୍ଜେଇ ଚୋରା ଚାଲାଣ l କାଠ ଭର୍ତି ଗାଡ଼ିରେ ଭିତରେ ଗଞ୍ଜେଇ ନେଇ ଯାଉଥିଲା ଟ୍ରକ ଆଉ ଗାଡି ଆଗରେ ଏସ୍କଟ କରୁଥିଲା କାର l ଗଞ୍ଜେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ ମାଲାମାଲ ହୋଇଥାନ୍ତେ ମାଫିଆ l ହେଲେ ଅଧାରାସ୍ତାରେ ମାଡି ବସିଲା ଅବକାରୀ ବିଭାଗ l ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡରାବଳୀ ନିକରୁ ଏଭଳି ଏକ ରାକେଟ ଧରିଛି ଇଆଇ ଏଣ୍ଡ ଇବି l ସୂଚନା ଅନୁସାରେ ଆଜି ଗୋଟିଏ କାଠ ବୋଝେଇ ଟ୍ରକ ରେ ଗଞ୍ଜେଇ ଲଦା ହୋଇ ଯାଉଥିବା ବିଶେଷ ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ର ଗୋଟିଏ ଟିମ ପିଛା କରିଥିଲା l