ବାଲେଶ୍ବର ମ୍ୟୁନିସିପାଲଟି: ବାଲିଘାଟ ଠାରେ ଦୁଇ ଗଞ୍ଜେଇ ବେପାରୀ ଗିରଫ ୫ କିଗ୍ରା ୭୨୦ ଗ୍ରାମ ଗଞ୍ଜେଇ ଜବତ
ଟାଉନ ଥାନା ପୋଲିସ ମଙ୍ଗଳବାର ବାଲିଘାଟ ନିକଟରେ ଚଢ଼ାଉ କରି ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର ଥାନା ଗୋବରଘାଟା ଅଞ୍ଚଳର ଉଜ୍ଜଳ ପାଲ ଓ ସୂର୍ଯ୍ୟନାରାୟଣ ପାଲ। ସେମାନଙ୍କ ଠାରୁ ୫ କିଗ୍ରା ୭୨୦ ଗ୍ରାମ ଗଞ୍ଜେଇ ସହ ୟମାହା ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନ ଜବତ ହୋଇଛି l ଏ ନେଇ ଟାଉନ ଥାନାରେ ୨୪୫/୨୦୨୫ ଏନ ଡି ପି ଏସ ଆକ୍ଟ୍ ମୂଳେ ମାମଲା ରୁଜୁ ହୋଇ ଆଜି ଅପରାହ୍ନ ୫ଟାରେ ଅଭିଯୁକ୍ତଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି।ବେପାରୀଦ୍ବୟ କନ୍ଧମାଳ ରୁ ଗଞ୍ଜେଇ ଆଣି ବାଲେଶ୍ୱରକୁ ଆସିଥିଲେ।ବାଲେଶ୍ବର ବାଲିଘାଟ ଠାରେ ପୋଲିସ ସେମାନଙ୍କୁ କାବୁ କରିଥିଲା।