ଖଲ୍ଲିକୋଟ୍: କେଶପୁର ମାଛ ମାର୍କେଟ ରେ ମାଛ ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼
ଖଲ୍ଲିକୋଟ କେଶପୁର ମାଛ ମାର୍କେଟ ରେ ଆଜି ମାଛ ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ଛାଡଖାଇ ହୋଇଥିବା ବେଳେ ମାଣବସା ପ୍ରଥମ ଗୁରୁବାର ହୋଇ ଥିବାରୁ ଲୋକେ ଛାଡଖାଇ ପାଳନ କରି ନଥିଲେ । ଯାହା ଫଳରେ ଆମିଷ ବଜାର ଖାଲି ପଡ଼ିଥିଲା । ତେବେ ଆଜି ଲୋକେ ଛାଡଖାଇ ପାଳନ କରୁଥିବା ବେଳେ ଆଜି ସକାଳ ୭ ଟା ରେ କେଶପୁର ମାଛ ମାର୍କେଟ ରେ ଆମିଷ ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।