ଧରମପୁର ଗାଁ ଦେଇ ଯାଇଥିବା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲରେ ଏକ ବଣୁଆ ହାତୀ ମଙ୍ଗଳବାର ସକାଳ ୬ ଘଟିକା ସମୟରେ ପାଣି ଭିତରେ ପଶି ଯାଇଥିଲା । ସକାଳୁ ଶୌଚ ହେବାକୁ କେନାଲ ଯାଇଥିବା ଲୋକମାନେ ପ୍ରଥମେ ହାତୀକୁ ଦେଖି ଆତଙ୍କିତ ହୋଇ ପଡ଼ିଥିଲେ । ଗାଁ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ପରେ ବହୁ କଷ୍ଟରେ ହାତୀଟି କେନାଲରୁ ବାହାରକୁ ଆସିଥିବା ଜଣାପଡ଼ିଛି ।