ଧରାକୋଟ: ବାଛନ୍ଦ ଯୋଗୁଁ ଘରୁ ଉଠିପାରିଲା ନାହିଁ ମରଶରୀର,ସତ୍କାର ନହୋଇ କମାଶାସନ ଗ୍ରାମରେ ୨୦ ଘଣ୍ଟା ହେଲା ପଡ଼ିରହିଲା ଶବ
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କମାଶାସନ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ଦିର୍ଘ ୨୦ ଘଣ୍ଟା ଧରି ଗାଁ ର ଗୋଟିଏ ଘରେ ଜଣେ ବୃଦ୍ଧାଙ୍କ ଶବ ପଡ଼ିରହିଥିବା ବେଳେ ଶବ ସତ୍କାର ହୋଇ ପାରିନଥିଲା l ମୃତ ବୃଦ୍ଧା ୬୫ ବର୍ଷୀୟା ଏସ. ରତ୍ନାଳୁ ରେଡ୍ଡୀ ହୋଇ ଥିବା ବେଳେ ପାରିବାରିକ କଳହ ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଶବ ସତ୍କାର ହୋଇ ପାରୁ ନଥିବା ଗାଁ ଲୋକେ ଓ ପୋଲିସ କହୁଥିବା ବେଳେ ସାମାଜିକ ବାସନ୍ଦ ଯୋଗୁଁ ଗାଁ ରୁ ଶବ ଉଠୁନଥିବା କହିଛନ୍ତି ପରିବାର ଲୋକେ କହିଛନ୍ତି l