କଟକ ପୌରାଞ୍ଚଳ: ସିଡିଏ ସେକ୍ଟର ୧୦ ରେ ଏକ ଘରୁ ମୋବାଇଲ ଓ ଲକ୍ଷାଧିକ ଟଙ୍କା ଚୋରି ମାମଲା, ୨ ଜଣ ଗିରଫ
କଟକ ସିଡିଏ ସେକ୍ଟର ୧୦ ରେ ଥିବା ଏକ ଘରୁ ମୋବାଇଲ ଫୋନ ଓ ନଗଦ ଲକ୍ଷାଧିକ ଟଙ୍କା ଚୋରି କରିବା ମାମଲାରେ ୨ ଜଣଙ୍କୁ ଗିରଫ କରିଛି ସିଡିଏ ଫେଜ ୨ ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ମନମୋହନ ସାମଲ ଓ ସମା ହେମ୍ବ୍ରମ। ଏ ନେଇ ବୁଧବାର ରାତି ୧୧.୧୫ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଗତ ଜୁନ ମାସରେ ଅଭିଯୁକ୍ତମାନେ ସିଡିଏ ସେକ୍ଟର ୧୦ ସ୍ଥିତ ଗୌରବ କୁମାର ରୟ ଚୌଧୁରୀଙ୍କ ଘରେ ପଶି ଏହି ଚୋରି ଘଟଣା ଘଟେଇଥିଲେ।